କଳା ତୁଳସୀର ଔଷଧୀୟ ଗୁଣ
ଭାରତର ପ୍ରାୟ ପ୍ରତ୍ୟେକ ଘରେ ଆପଣ ପବିତ୍ର ତୁଳସୀ ଗଛ ଦେଖିବାକୁ ପାଇବେ। ଗୋଟିଏ ପଟେ ଏହାର ଧାର୍ମିକ ବିଶ୍ୱାସ ଥିବାବେଳେ ଏହା ଅନେକ ରୋଗର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ । ହିନ୍ଦୁ ଧର୍ମରେ ତୁଳସୀର ମହତ୍ୱ ଅତୁଳନୀୟ । ଏଭଳି କି କିଛି ଆୟୁର୍ବେଦିକ ଡାକ୍ତର କୁହନ୍ତି କୋଟିଏ ରୋଗକୁ ଗୋଟିଏ ଔଷଧ ହେଉଛି ତୁଳସୀ । ତୁଳସୀ କେବଳ ସ୍ୱାସ୍ଥ୍ୟର ରକ୍ଷକ ନୁହେଁ ସୌନ୍ଦର୍ଯ୍ୟର ରକ୍ଷକ ମଧ୍ୟ । ଭାରତୀୟ ପାଣିପାଗରେ ତୁଳସୀ ଗଛ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ।
1. ବିଷାକ୍ତ ପୋକ କାମୁଡ଼ିଲେ
କଳା ତୁଳସୀ ଆପଣ କୌଣସି ପ୍ରକାର ପୋକ କାମୁଡା ବା ବିଛା କାମୁଡା ରେ ମଧ୍ଯ ବାଟି ଲଗାଇଲେ ବା ସେହି ଜାଗାରେ ତୁଳସୀ ପତ୍ରର ରସ ଭଲକି ଘସନ୍ତୁ ଦେଖିବେ ଅଳ୍ପ ସମୟ ଭିତରେ ଯନ୍ତ୍ରଣା ରୁ ମୁକ୍ତି ମିଳିବ I ଏବଂ ଆପଣଙ୍କୁ ଆରାମ ମିଳିଥାଏ ।
2. ୟୁରିନ ଇନଫେକ୍ସନ
ୟୁରିନ ଇନଫେକ୍ସନ ଆଦି ସମସ୍ଯା ରହିଛି, ତା ହେଲେ ଆପଣ ଦୁଇଟି ତୁଳସୀ ପତ୍ରରେ ଏକ ଖଣ୍ଡ ମିଶ୍ରି ମିଶାଇ ତାର ସେବନ କରନ୍ତୁ । ଦେଖିବେ ଆପଣଙ୍କର ଏହି ସମସ୍ଯା ନିଶ୍ଚୟ ଦୁର ହୋଇଯିବ ।
3. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି
- କଳା ତୁଳସୀ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ l ବର୍ତ୍ତମାନ ସମୟରେ ଆମର ରୋଗ ପ୍ରତିରୋଧକ କ୍ଷମତା ବଢିବା ନିହାତି ଆବଶ୍ୟକ l ତେଣୁ ପ୍ରତେକଦିନ କିଛି ମାତ୍ରାରେ କଳା ତୁଳସୀ ସକାଳେ ଓ ସନ୍ଧ୍ୟାରେ ସେବନ କରିବା ଦ୍ୱାରା ଲାଭ ମିଳିବ l
- ତୁଳସୀରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଭରପୁର ରହିଥାଏ । ଏହାଦ୍ୱାରା, ଇମ୍ୟୁନିଟି ସିଷ୍ଟମ ମଜବୁତ୍ ହେବା ସହିତ, ଏହା ବିଭିନ୍ନ ପ୍ରକାରର ରୋଗ ବେମାରୀ ସହିତ ଲଢିବାରେ ସାହାଯ୍ୟ କରିଥାଏ ।
- ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଯୋଗୁ ଅନେକ ରୋଗ ପ୍ରତିହତ ହୋଇଥାଏ । ଖାଲିପେଟରେ 3ଟି ଲେଖାଏଁ ତୁଳସୀ ପତ୍ର ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ |
4. ଚକ୍ଷୁ ଜନିତ ସମସ୍ୟା
- ଗବେଷଣାରୁ ଜଣା ପଡିଛି ଯେ ଆଖି ପାଇଁ କଳା ତୁଳସୀ ପତ୍ରର ରସ ଅତ୍ୟନ୍ତ ଉପଯୋଗୀ l ଯଦି ଆପଣଙ୍କ ଆଖିରେ କୌଣସି ପ୍ରକାରର ସଂକ୍ରମଣ ରହୁଛି ତେବେ କଳା ତୁଳସୀ ରସକୁ ଉଷୁମ ପାଣିରେ ସେବନ କରିବା ଦ୍ୱାରା ସଂକ୍ରମଣ କମିଯିବ l
- ଚକ୍ଷୁ ଜନିତ ସମସ୍ୟା ପାଇଁ ମଧ୍ୟ ଏହା ବେଶ୍ ଉପକାରୀ ହୋଇଥାଏ। ଆଖିରେ ଯନ୍ତ୍ରଣା, ଆଖି ଜଳିବା ଏସବୁରୁ ଆରାମ ଦେଇଥାଏ ତୁଳସୀପତ୍ରର ରସ।
- ଆଖି ବ୍ୟଥା ହେଉଥିଲେ ତୁଳସୀ ପତ୍ରର ରସ ଆଖିରେ ପକାଇଲେ ବ୍ୟଥା ଦୂର ହୋଇଥାଏ । ପ୍ରତି ରାତିରେ ଶୋଇବା ସମୟରେ ଦୁଇ ବେଳା କଳା ତୁଳସୀ ପତ୍ରର ରସ ଆଖିରେ ପକାଇଲେ, ତାହା ଆଖି ପାଇଁ ଲାଭଦାୟକ ।
5. ମଧୁମେହ ନିୟନ୍ତ୍ରଣରେ
- ମଧୁମେହ ରୋଗ ପାଇଁ କଳା ତୁଳସୀରେ ଉପଚାର କରାଯିବା ଏକ ପୁରୁଣା ପଦ୍ଧତି ଅଟେ l କଳା ତୁଳସୀରେ ଆଣ୍ଟି ଡ଼ାଈ ବିଟିକ ଗୁଣ ରହିଛି ,ଯାହା ସକାଳୁ ଖାଲି ପେଟରେ କଳା ତୁଳସୀ ପାଣି ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ l ତା ସହିତ ଓଜନ ମଧ୍ୟ ହ୍ରାସ ହୁଏ l
- ଏହାର ରସ ସେବନରେ ରକ୍ତଗତ ଶର୍କରା, ଟ୍ରାଇଗ୍ଲିସେରାଇଡ ଏବଂ ଏଲ୍.ଡି.ଏଲ୍ ସ୍ତର ସନ୍ତୁଳିତ ହୋଇଥାଏ । ଏଣୁ ମଧୁମେହ ନିୟନ୍ତ୍ରଣରେ ତୁଳସୀ ବିଶେଷ ଉପଯୋଗୀ ।
6. ଇନଫ୍ଲୁଏଞ୍ଜା ରୋଗ
ତୁଳସୀ ପତ୍ର, ଲବଙ୍ଗ ଓ ସାଧାରଣ ଲୁଣକୁ ଅଧାଲିଟର ପାଣିରେ ମିଶାଇ ଫୁଟାନ୍ତୁ । ଏହି ଫୁଟା ପାଣି ଅଧା ହୋଇଯିବା ପରେ ଓହ୍ଲାଇ ଦିଅନ୍ତୁ । ଏହି ପାଣି ଇନଫ୍ଲୁଏଞ୍ଜା ରୋଗ ପାଇଁ ଲାଭଦାୟକ ।
7. ପ୍ରଦୂଷଣକୁ ରୋକାଯାଇ ପାରେ
- ତୁଳସୀ ସେବନ ଦ୍ଵାରା ଶରୀରରେ ସିଗାରେଟ୍ ଧୁଆଁ ପରି ଅନେକ ବିଷାକ୍ତ ଧୂଆଁ ଓ ଅନ୍ୟାନ୍ୟ ପ୍ରଦୂଷଣକୁ ରୋକାଯାଇ ପାରେ ।
- ଘରର ଜୀବାଣୁ ରୋଗାଣୁ ମୁକ୍ତ କରିବା ପାଇଁ ପଞ୍ଚ ତୁଳସୀର 8/10 ବୁନ୍ଦା କୁଲର ପାଣିରେ ମିଶାଇ କୁଲର ଚାଲୁ କରନ୍ତୁ ଓ କିଛି ସମୟ ପରେ ମୁଣ୍ଡ ବଥାରୁ ରକ୍ଷା ପାଆନ୍ତୁ |
8. ମଶା ଦୂର କରିବା
- ତୁଳସୀ ମଶା ଦୂର କରିବା ଏବଂ ତା’ର ଲାର୍ଭା ନଷ୍ଟ କରିବାର ଅଦ୍ଭୁତ ଶକ୍ତି ବହନ କରେ । ଏଥିରୁ ଉତ୍ପନ୍ନ ତୈଳରେ ଥିବା ରସାୟନ ତତ୍ତ୍ଵ ଇଉରେଗନଲ୍ ମଶା, ମାଛି ଓ ଅନ୍ୟ ହାନିକାରକ, କୀଟ ଦମନ କରିବାରେ ସାହାଯ୍ୟ କରେ ।
- ମଶା କାମୁଡ଼ିବାରୁ ବଂଚିବା ପାଇଁ ପଞ୍ଚ ତୁଳସୀ ରୁ 8/10 ବୁନ୍ଦା ଶରୀରରେ ମାଲିସ କରନ୍ତୁ |

0 Comments
Do you have any doubts or suggestions? Ask them here in the comments!